
ନୂଆଦିଲ୍ଲୀ : ବାଇକ ଭଲପାଉଥିବା ଲୋକଙ୍କ ପାଇଁ ଆସିଛି ଖୁସି ଖବର । ବଜାଜ୍ ପୁଣିଥରେ ପଲ୍ସରକୁ ନୂଆ ଲୁକରେ ବଜାରକୁ ଆଣି ଟୁ-ହ୍ୱିଲର୍ ବଜାରରେ ଚର୍ଚ୍ଚା ସୃଷ୍ଟି କରିଛି । କମ୍ପାନୀ ନୂଆ ବଜାଜ୍ ପଲ୍ସର ଏନ୧୬୦କୁ ଦୁଇଟି ନୂଆ ଏବଂ ଦମଦାର ଭାରିଆଣ୍ଟ୍ ଏସ ଓ ଏସଏସରେ ବଜାରକୁ ଆଣିବାକୁ ଘୋଷଣା କରିଛି । ପଲ୍ସର ପ୍ରେମୀମାନେ ଦୀର୍ଘ ସମୟ ଧରି ଏହି ବାଇକର ନୂଆ ଅପଡେଟକୁ ଅପେକ୍ଷା କରିଥିଲେ ଏବଂ ଏବେ ବଜାଜ୍ ସେମାନଙ୍କ ଅପେକ୍ଷାକୁ ପୂରଣ କରିଛି । ଏଥର କମ୍ପାନୀ ବାଇକରେ କେବଳ କସ୍ମେଟିକ୍ ପରିବର୍ତ୍ତନ କରିନାହିଁ ବରଂ ଏହାର ମେକାନିକାଲ୍ ସେଟଅପ୍ ଏବଂ ଇଞ୍ଜିନରେ ମଧ୍ୟ ବଡ଼ ପରିବର୍ତ୍ତନ କରିଛି । ବିଶେଷ କଥା ହେଉଛି, ଏବେ ଏଥିରେ ୪-ଭାଲ୍ଭ ଟେକ୍ନୋଲୋଜି ଥିବା ନୂଆ ଇଞ୍ଜିନ୍ ଦିଆଯାଇଛି, ଯାହା ପୂର୍ବ ଅପେକ୍ଷା ଅଧିକ ପାୱାର୍ ଏବଂ ଭଲ ମାଇଲେଜ୍ ଦେବ। ନୂଆ ପଲ୍ସର N160ର ସବୁଠାରୁ ବଡ଼ ଅପଡେଟ୍ ହେଉଛି ଏଥିରେ ୪-ଭାଲ୍ଭ ଟେକ୍ନୋଲୋଜି ସହିତ ନୂଆ ଇଞ୍ଜିନ୍ ଦିଆଯାଇଛି । ପୁରୁଣା ୨-ଭାଲ୍ଭ ଇଞ୍ଜିନ୍ ମଧ୍ୟ ଭଲ ପ୍ରଦର୍ଶନ କରୁଥିଲା, କିନ୍ତୁ ନୂଆ ୪-ଭାଲ୍ଭ ସେଟଅପ୍ ଆସିବା ପରେ ବାଇକ୍ର ଟପ୍ ସ୍ପିଡ୍ ଏବଂ ପିକଅପ୍ରେ ବଡ଼ ସୁଧାର ଦେଖିବାକୁ ମିଳିବ ।

