odisha24 Live

Latest News

Latest News

ମହଙ୍ଗା ହେବ ଇଣ୍ଡିଗୋ ବିମାନ ଭଡ଼ା

ନୂଆଦିଲ୍ଲୀ: ବିମାନରେ ଯାତ୍ରା କରୁଥିବା ଲୋକଙ୍କ ପାଇଁ ବଡ଼ ଖବର। ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲ୍ ଦାମ ଗୋଟିଏ ମାସ ମଧ୍ୟରେ ୧୪ ପ୍ରତିଶତରୁ ଅଧିକ ବଢ଼ିବା ପରେ ଇଣ୍ଡିଗୋ ଘରୋଇ ଓ ଅନ୍ତର୍ଜାତୀୟ ଉଡ଼ାଣରେ ଫ୍ୟୁଏଲ୍ ଚାର୍ଜ ବଢ଼ାଇଛି। କମ୍ପାନୀ କହିଛି ଯେ ଏଭିଏସନ୍ ଟର୍ବାଇନ୍ ଫ୍ୟୁଏଲର ଦାମ ଆକାଶ ଛୁଇଁଛି । ଏହା ଫଳରେ ବିମାନ ଚଳାଚଳ ଖର୍ଚ୍ଚ ବଢ଼ିଛି। ଏହି ବଢ଼ୁଥିବା ଖର୍ଚ୍ଚକୁ କିଛି ମାତ୍ରାରେ ପୂରଣ କରିବା ପାଇଁ ଫ୍ୟୁଏଲ୍ ଚାର୍ଜ ବଢ଼ାଯାଇଛି।
ଯେକୌଣସି ଭାରତୀୟ ବିମାନ ସେବା ସଂସ୍ଥାର ପରିଚାଳନା ଖର୍ଚ୍ଚର ପ୍ରାୟ ୪୦ ପ୍ରତିଶତ କେବଳ ଏଟିଏଫ୍‌ ପାଇଁ ଖର୍ଚ୍ଚ ହୋଇଥାଏ। ଦିଲ୍ଲୀରେ ଜୁଲାଇରୁ ଏଟିଏଫ୍‌ ମୂଲ୍ୟ ପ୍ରାୟ ୨୫ ପ୍ରତିଶତ ବୃଦ୍ଧି ପାଇ ଲିଟର ପିଛା ପ୍ରାୟ ୧୧୦ ରୁ ୧୩୭ ଟଙ୍କାରେ ପହଞ୍ଚିଛି, ଯେଉଁଥିରେ କେବଳ ଚଳିତ ଅକ୍ଟୋବର ମାସରେ ୧୩ ପ୍ରତିଶତ ବୃଦ୍ଧି ଘଟିଛି। ଇଣ୍ଡିଗୋ ଦ୍ୱାରା ସୋମବାର ଘୋଷଣା କରାଯାଇଥିବା ଏହି ସଂଶୋଧିତ ଇନ୍ଧନ ଶୁଳ୍କ ମଙ୍ଗଳବାର ରାତି ୦୦:୦୧ ଟାରୁ କରାଯାଉଥିବା ସମସ୍ତ ଟିକେଟ ବୁକିଂ ଉପରେ ଲାଗୁହେବ। ଚଳିତ ବର୍ଷ ମାର୍ଚ୍ଚ ମାସରେ ଏହି ସରଚାର୍ଜ ଲାଗୁ କରାଯିବା ପରଠାରୁ ଇଣ୍ଡିଗୋର ଇନ୍ଧନ ଶୁଳ୍କରେ ଏହା ହେଉଛି ଦ୍ୱିତୀୟ ସଂଶୋଧନ।

Share In Social Media
Scroll to Top