
ନୂଆଦିଲ୍ଲୀ : ଖୁବଶୀଘ୍ର ବଜାରକୁ ଆସୁଛି ଗୁଗଲ୍ ର ଫିଟନେସ୍ ବ୍ୟାଣ୍ଡ । ସବୁଠୁ ବଡ଼ କଥା ହେଉଛି, ଏହା ଏକ ବିନା ସ୍କ୍ରିନ୍ ଡିଭାଇସ୍ । ଭାରତରେ ବିନା ଡିସପ୍ଲେ ଥିବା ଫିଟନେସ୍ ଟ୍ରାକରଗୁଡ଼ିକର ଲୋକପ୍ରିୟତା ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହା ଏକ ଅତି ହାଲୁକା ଡିଭାଇସ୍, ଯାହାର ଓଜନ ମାତ୍ର ପ୍ରାୟ ୧୨ ଗ୍ରାମରୁ ୧୬ ଗ୍ରାମ ମଧ୍ୟରେ ରହିଛି । କମ୍ପାନୀ ଏଥିରେ କୌଣସି ଡିସପ୍ଲେ ନ ରଖିବାକୁ ନିଷ୍ପତ୍ତି ନେଇଛି, ଯାହାଫଳରେ ଏହାକୁ ପିନ୍ଧିବା ଅତ୍ୟନ୍ତ ଆରାମଦାୟକ ହୋଇଥାଏ । ଏଥିରେ ହାର୍ଟ ରେଟ୍ ଟ୍ରାକର, ବ୍ଲଡ୍ ଅକ୍ସିଜେନ୍ ଏବଂ ୱାର୍କଆଉଟ୍ ଅଟୋ-ଡିଟେକ୍ଟ କରିବା ପାଇଁ ଆଧୁନିକ ସେନ୍ସର ଦିଆଯାଇଛି । ଏହି ଫିଟନେସ୍ ବ୍ୟାଣ୍ଡର ସମସ୍ତ ଡାଟା ସିଧାସଳଖ ଆପଣଙ୍କ ସ୍ମାର୍ଟଫୋନ୍ର ଗୁଗଲ୍ ହେଲ୍ଥ ଆପ୍ରେ ଦେଖିପାରିବେ । ଏହି ଫିଟନେସ୍ ଟ୍ରାକର ଭିତରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ (AI) ଆଧାରିତ ହେଲ୍ଥ ଇନସାଇଟ୍ସ ମଧ୍ୟ ମିଳିବ, ଯାହା ଆପଣଙ୍କ ସ୍ୱାସ୍ଥ୍ୟ ସମ୍ପର୍କରେ ସଠିକ୍ ପରାମର୍ଶ ଦେବ । ବ୍ୟାଟେରୀକୁ ନେଇ କମ୍ପାନୀ ପକ୍ଷରୁ କୁହାଯାଇଛି ଯେ, ଥରେ ସମ୍ପୂର୍ଣ୍ଣ ଚାର୍ଜ କଲେ ଏହା ୭ ଦିନ ପର୍ଯ୍ୟନ୍ତ ବ୍ୟାକଅପ୍ ପ୍ରଦାନ କରିବ ଗୁଗଲ୍ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହାକୁ ଭାରତରେ ଏହି ବର୍ଷ ଅକ୍ଟୋବର ମାସରେ ଲଞ୍ଚ୍ କରାଯିବ ।





