
ବର୍ଷା ଦିନେ ଥଣ୍ଡା, ଜ୍ୱର, କାଶ ସହ ଅନେକ ରୋଗ ହୋଇଥାଏ। ଏହି ଦିନେ ମୁଖ୍ୟତଃ ରୋଗ ପ୍ରତିରୋଧକ ଶକ୍ତି ଦୁର୍ବଳ ଥିବାରୁ ସହଜରେ ସଭିଏଁ ରୋଗରେ ଆକ୍ରାନ୍ତ ହୋଇଥାଆନ୍ତି। ତେବେ ବିଭିନ୍ନ ରୋଗରୁ ରକ୍ଷା ପାଇବା ପାଇଁ, ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ସହ ମଜଭୂତ ପାଇଁ ନିଜ ଖାଦ୍ୟ-ପେୟ, ସ୍ୱଚ୍ଛତା ପ୍ରତି ଅଧିକ ଧ୍ୟାନ ଦେବା ନିତାନ୍ତ ଆବଶ୍ୟକ। ତେବେ ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ବର୍ଷା ଦିନେ କିଭଳି ନିଜ ସ୍ୱାସ୍ଥ୍ୟର ଯତ୍ନ ନେବେ ଜାଣନ୍ତୁ.
ବର୍ଷାଦିନେ ଅଧିକ ପାଣି ପିଇବା ଜରୁରୀ। ଏଥିରେ ତ୍ୱଚା ଉଜ୍ଜ୍ୱଳ ରହିବ ଓ ଟୋକ୍ସିନ ଝାଳ ଦେଇ ବାହାରି ଯିବ।
– ଏହି ଦିନେ ତେଲିଆ କ୍ରିମ୍ ଲଗାନ୍ତୁ ନାହିଁ। ଏହା ଲଗାଇବା ଫଳରେ ବ୍ରଣ ହୋଇଥାଏ।
– ବର୍ଷାଦିନେ ସାଧାରଣତଃ ମୁହଁ ତେଲିଆ ହୋଇଯାଇଥାଏ। ଏଣୁ ବାରମ୍ବାର ମୁହଁକୁ ପୋଛନ୍ତୁ।
– ଭିଟାମିନ୍ ସାମ୍ପୋରେ ମୁଣ୍ଡ ଧୋଇବା ଜରୁରୀ।

