odisha24 Live

Latest News

Latest News

ଭାରତ ଖାତାକୁ ଆସିଲା ୪୭ତମ ପଦକ

ଏସିଆନ୍ ଗେମ୍ସ ୨୦୨୬ ରେ ଭାରତ ପାଇଁ ଆଜିର ଦିନଟି ବେଶ୍ ଗୁରୁତ୍ୱପୂର୍ଣ୍ଣ ରହିବାକୁ ଯାଉଛି। ଆଜି ଭାରତ ମେଡାଲ୍ ତାଲିକାରେ ୫୦ର ସଂଖ୍ୟା ପାର୍ କରିପାରେ। ୯ମ ଦିନର ଶେଷ ସୁଦ୍ଧା ଭାରତ ପାଖରେ ୪୫ଟି ପଦକ ଜିତିଥିଲା। ଏସିଆନ୍ ଗେମ୍ସରେ ଆଜି ଅନେକ ଇଭେଣ୍ଟର ଯୋଗ୍ୟତା ପର୍ଯ୍ୟାୟ ଏବଂ ଫାଇନାଲ୍ ମ୍ୟାଚ୍ ଗୁଡ଼ିକ ଅନୁଷ୍ଠିତ ହେବାକୁ ଯାଉଛି। ଆଜି ଆଥଲେଟିକ୍ସରେ ଗୁଲଭୀର ସିଂହ, ଗୁରିନ୍ଦରଭୀର ସିଂହ, ଅନିମେଷ କୁଜୁରଙ୍କ ସମେତ ଅନେକ ବଡ଼ ବଡ଼ ଆଥଲେଟ୍ ଆକ୍ସନରେ ନଜର ଆସିବେ। ଏହାଛଡ଼ା ବକ୍ସିଂରେ ଅଙ୍କୁଶ ପଙ୍ଘାଲ ଏବଂ ପରଭୀନଙ୍କ ଉପରେ ସମସ୍ତଙ୍କ ନଜର ରହିବ। ଉଭୟ ସେମିଫାଇନାଲରେ ଭାଗ ନେବେ। ସ୍କ୍ୱାଶ, ଶୁଟିଂ ଏବଂ ଆର୍ଚ୍ଚେରୀ ସମେତ ଅନ୍ୟ କିଛି ଇଭେଣ୍ଟ ମଧ୍ୟ ଆୟୋଜିତ ହେବାର ଅଛି।
ମଙ୍ଗଳବାର ଦିନ ମହିଳା ଶୁଟିଂ ଦଳ ଟ୍ରାପ୍ ଟିମ୍ ଇଭେଣ୍ଟରେ ରୌପ୍ୟ ଜିତି ଶୁଟିଂରେ ଦେଶର ପଦକ ଜିତିବା ଧାରା ବଜାୟ ରଖିଛନ୍ତି। ନୀରୁ ଢାଣ୍ଡା (୧୧୮), ଆଶୀମା ଅହଲାବତ (୧୦୬) ଏବଂ ମନୀଷା କୀର (୧୦୪) ଙ୍କ ମିଶି ମୋଟ ୩୨୮ ସ୍କୋର କରି ସ୍ୱର୍ଣ୍ଣ ପଦକ ଜିତିଥିବା ଚୀନ୍ (୩୪୬) ପଛକୁ ଦ୍ୱିତୀୟ ସ୍ଥାନରେ ରହିଥିଲେ। ଚୀନ୍ ଦଳରେ ଲିୟୁ ଶାନଶାନ, ସନ୍ ୟୁନୋଙ୍ଗ ଏବଂ ଝୁ ଜିଙ୍ଗୟୁ ସାମିଲ ଥିଲେ। କୁଏତର ତିନି ଜଣିଆ ଦଳ ଅଲହୱାଲ ଶହାଦ, ଅବ୍ଦୁଲମଲିକ ହଜର ଓ ଅଲହୱାଲ ସାରା କାଂସ୍ୟ ପଦକ ଜିତିଛନ୍ତି। ନୀରୁ କତାରର ରେ ବାସିଲଙ୍କ ସହ ୧୧୮ ସ୍କୋର କରି ମିଳିତ ଭାବେ ଶୀର୍ଷରେ ରହି ୮ ଜଣିଆ ଫାଇନାଲ ପାଇଁ ମଧ୍ୟ ଯୋଗ୍ୟତା ଅର୍ଜନ କରିଛନ୍ତି।

Share In Social Media
Scroll to Top