odisha24 Live

Latest News

Latest News

ଲଞ୍ଚ କଲା ଟୋଏଟାର ନୂଆ ମଡେଲ କାର

ମୁମ୍ବାଇ : ଭାରତୀୟ ବଜାରରେ ନୂଆ ଅବତାରରେ ଲଞ୍ଚ୍ ହୋଇଛି Toyota Glanza 2026 । ଏହି ପ୍ରିମିୟମ୍ ହ୍ୟାଚବ୍ୟାକର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ରହିଛି ୬ ଲକ୍ଷ ୯୯ ହଜାର ଟଙ୍କା । ସେହିପରି ଟପ୍ ଭାରିଆଣ୍ଟର ମୂଲ୍ୟ ୧୦ ଲକ୍ଷ ୪୯ ହଜାର ଟ ଙ୍କା। ନୂଆ ଡିଜାଇନ୍ ସହ ଏଥିରେ ମିଳୁଛି ଅନେକ ଆକର୍ଷଣୀୟ ଫିଚର୍ସ । ତେବେ କ’ଣ ରହିଛି ଏହି କାରର ଖାସ୍ ବିଶେଷତ୍ୱ? ଆସନ୍ତୁ ଜାଣିବା । ଟୟୋଟା ନିଜର ପ୍ରିମିୟମ୍ ହ୍ୟାଚବ୍ୟାକ୍ Glanzaର ୨୦୨୬ ଫେସଲିଫ୍ଟ ମଡେଲକୁ ପାଞ୍ଚଟି ଭାରିଆଣ୍ଟରେ ଆଣିଛି । ଏଥିରେ E, S, G, V ଏବଂ V (O) ଭାରିଆଣ୍ଟ ସାମିଲ ରହିଛି ।

ନୂଆ Glanzaର ଫ୍ରଣ୍ଟ ଡିଜାଇନରେ ପରିବର୍ତ୍ତନ କରାଯାଇଛି । ଏଥିରେ ବଡ଼ ଗ୍ରିଲ୍, ନୂଆ LED ଫଗ୍ ଲ୍ୟାମ୍ପ୍ ଏବଂ ଶାର୍କ-ଫିନ୍ ଆଣ୍ଟେନା ଦିଆଯାଇଛି । ଏହା ସହ Digital Teal Green ଏବଂ Bluish Black ଭଳି ଦୁଇଟି ନୂଆ କଲର ଅପ୍ସନ ମଧ୍ୟ ଯୋଡ଼ାଯାଇଛି । କାରର ଇଣ୍ଟେରିୟରରେ ରହିଛି ନୂଆ ଲେଦରେଟ୍ ସିଟ୍ ଅପହୋଲଷ୍ଟ୍ରି, ଭେଣ୍ଟିଲେଟେଡ୍ ଫ୍ରଣ୍ଟ ସିଟ୍ ଏବଂ କୁଲିଂ ଭେଣ୍ଟ୍ ସହ ୱାୟାରଲେସ୍ ଫୋନ୍ ଚାର୍ଜର୍ । ଏହା ସହ ୯-ଇଞ୍ଚ୍ ଟଚସ୍କ୍ରିନ୍, ହେଡ୍-ଅପ୍ ଡିସପ୍ଲେ, ଛଅଟି ଏୟାରବ୍ୟାଗ୍, ୩୬୦-ଡିଗ୍ରୀ କ୍ୟାମେରା ଏବଂ ଟାୟାର୍ ପ୍ରେସର୍ ମନିଟରିଂ ସିଷ୍ଟମ୍ ଭଳି ଫିଚର୍ସ ମଧ୍ୟ ରହିଛି ।

ଇଞ୍ଜିନ୍ କଥା କହିବାକୁ ଗଲେ, ନୂଆ Glanzaରେ ୧.୨-ଲିଟର୍ Z12E ତିନି ସିଲିଣ୍ଡର ପେଟ୍ରୋଲ୍ ଇଞ୍ଜିନ୍ ଦିଆଯାଇଛି । ଏହା ୮୩hp ପାୱାର୍ ଏବଂ ୧୧୨Nm ଟର୍କ ଜେନେରେଟ୍ କରେ । ଏଥିରେ ୫-ସ୍ପିଡ୍ ମାନୁଆଲ୍ ଏବଂ ୫-ସ୍ପିଡ୍ AMT ଗିୟର୍ବକ୍ସ ଅପ୍ସନ ମିଳୁଛି । କମ୍ପାନୀର ଦାବି ଅନୁସାରେ, ପେଟ୍ରୋଲ୍ ମାନୁଆଲ୍ ମଡେଲର ମାଇଲେଜ୍ ୨୩.୮୦ କିଲୋମିଟର୍ ପ୍ରତି ଲିଟର୍ ଏବଂ AMT ମଡେଲର ମାଇଲେଜ୍ ୨୪.୭୭ କିଲୋମିଟର୍ ପ୍ରତି ଲିଟର୍ ରହିଛି । ସେହିପରି CNG ମଡେଲରେ ୭୦hp ପାୱାର୍ ଏବଂ ୧୦୨Nm ଟର୍କ ମିଳୁଛି । CNG ମାନୁଆଲ୍ ଭର୍ସନର ଦାବିକୃତ ମାଇଲେଜ୍ ୩୩.୬୧ କିଲୋମିଟର୍ ପ୍ରତି କିଲୋଗ୍ରାମ୍ ଥିବା ବେଳେ AMT ଭର୍ସନର ମାଇଲେଜ୍ ୩୪.୪୭ କିଲୋମିଟର୍ ପ୍ରତି କିଲୋଗ୍ରାମ୍ ରହିଛି । ବଜାରରେ ନୂଆ Toyota Glanzaର ମୁକାବିଲା Maruti Suzuki Baleno, Hyundai i20 ଏବଂ Tata Altroz ଭଳି କାର୍ ସହ ହେବ ।

ତେବେ ଏଠାରେ ଜାଣି ରଖନ୍ତୁ, Maruti Suzuki Balenoର ପ୍ରାରମ୍ଭିକ ଏକ୍ସ-ଶୋ’ରୁମ୍ ମୂଲ୍ୟ ୫ ଲକ୍ଷ ୯୯ ହଜାର ଟଙ୍କା ଥିବା ବେଳେ Toyota Glanzaର ପ୍ରାରମ୍ଭିକ ମୂଲ୍ୟ ୬ ଲକ୍ଷ ୯୯ ହଜାର ଟଙ୍କା । ଉଭୟ କାର୍ ସମାନ ପ୍ଲାଟଫର୍ମ ଉପରେ ନିର୍ମିତ ହୋଇଥିଲେ ମଧ୍ୟ Glanzaରେ ଟୟୋଟାର ଭିନ୍ନ ଫ୍ରଣ୍ଟ ଡିଜାଇନ୍ ଏବଂ ଅଲଗା ଭାରିଆଣ୍ଟ ପ୍ରାଇସିଂ ମିଳୁଛି । ମୋଟାମୋଟି ଭାବେ, ନୂଆ ଡିଜାଇନ୍, ଆଧୁନିକ ଫିଚର୍ସ ଏବଂ ପେଟ୍ରୋଲ୍ ସହ CNG ଅପ୍ସନ ଯୋଗୁଁ Toyota Glanza 2026 ଗ୍ରାହକଙ୍କ ପାଇଁ ଏକ ଆକର୍ଷଣୀୟ ଅପ୍ସନ ହୋଇପାରେ ।

Share In Social Media
Scroll to Top