odisha24 Live

Latest News

Latest News

ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ଲଢ଼େଇ

ନୂଆଦିଲ୍ଲୀ : ଭାରତ-ୱେଷ୍ଟଇଣ୍ଡିଜ୍ ନିର୍ଣ୍ଣାୟକ ମୁକାବିଲା । ପୁଣି ବଡ଼ ସ୍କୋର୍ ସମ୍ଭାବନା । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ । ଆଜି ବେଙ୍ଗାଲୁରୁସ୍ଥିତ ଏମ୍. ଚିନ୍ନାସ୍ୱାମୀ ଷ୍ଟାଡିୟମ୍ ରେ ଖେଳାଯିବ । ଏଠାରେ ମଧ୍ୟ ପୂର୍ବ ମ୍ୟାଚ୍ ଭଳି ବଡ଼ ସ୍କୋର୍ ସମ୍ଭାବନା ରହିଛି । ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳାର ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ୍ ଆଜି ଖେଳାଯିବ ।

ପୂର୍ବ ମ୍ୟାଚ୍ ଭଳି ବଡ଼ ସ୍କୋର୍ ସମ୍ଭାବନା ରହିଛି । ହେଲେ ବର୍ଷା ଏଥିରେ ବାଧକ ସାଜିପାରେ । ଉଭୟ ଦଳ ୨ଟି ଲେଖାଏଁ ମ୍ୟାଚ୍ ଜିତିଥିବାରୁ ସଂପ୍ରତି ଶୃଙ୍ଖଳା ୨-୨ ସମାନ ସ୍ତରରେ ରହିଛି । ଲକ୍ଷ୍ନୌ ଓ ଇନ୍ଦୋରରେ ଯଥାକ୍ରମେ ପ୍ରଥମ ଓ ତୃତୀୟ ଟ୍ବେଣ୍ଟି-୨୦ ଭାରତ ଜିତିଥିବା ବେଳେ ରାଞ୍ଚି ଓ ହାଇଦ୍ରାବାଦରେ ଭ୍ରମଣକାରୀ ୱେଷ୍ଟଇଣ୍ଡିଜ୍ ବିଜୟୀ ହୋଇଥିଲା । ଫଳରେ ବେଙ୍ଗାଲୁରୁ ମ୍ୟାଚ୍ ଯିଏ ଜିତିବ ସେ ଶୃଙ୍ଖଳା ହାତେଇବ । ତେଣୁ ଉଭୟ ଦଳ ପାଇଁ ଆଜିର ମ୍ୟାଚ୍ ଗୁରୁତ୍ବପୂର୍ଣ୍ଣ। ଭାରତ ଗସ୍ତରେ ଥିବା ୱେଷ୍ଟଇଣ୍ଡିଜ୍ ଏହି ଶୃଙ୍ଖଳାରେ ଚମତ୍କାର ପ୍ରଦର୍ଶନ କରିଛି । ସାଇ ହୋପ୍ ଙ୍କ ନେତୃତ୍ବାଧୀନ ଏହି ଦଳ ଦିନିକିଆରେ ୩୫୨ ରନ୍ ବିଶାଳ ଲକ୍ଷ୍ୟକୁ ହାସଲ କରିଥିଲା ବେଳେ ଟ୍ବେଣ୍ଟି-୨୦ ଶୃଙ୍ଖଳାରେ ମଧ୍ୟ ୨୫୦ ରନ୍ ର ଲକ୍ଷ୍ୟ ପୂରଣ କରି ଭାରତକୁ ଚକିତ କରିଛି । ଏଥିସହ ହାଇଦ୍ରାବାଦରେ ଗତ ମ୍ୟାଚ୍ ଜିତି ଶୃଙ୍ଖଳାକୁ ବରାବର ସ୍ଥିତିରେ ରଖିଛି ଭ୍ରମଣକାରୀ ଦଳ ।

ଏହି ଶୃଙ୍ଖଳାରେ ଏପର୍ଯ୍ୟନ୍ତ ବ୍ୟାଟର୍ ମାନଙ୍କ ଆକ୍ରମଣାତ୍ମକ ପ୍ରଦର୍ଶନ ଦେଖିବାକୁ ମିଳିଥିଲା ବେଳେ ବୋଲରମାନେ ପ୍ରଭାବହୀନ ରହିଛନ୍ତି । ଏହି ଶୃଙ୍ଖଳାରେ ୧୧.୪୯ ରନ୍ ହାରରେ ରନ୍ ହୋଇଛି । ବେଙ୍ଗାଲୁରୁ ବାଉଣ୍ଡାରୀ ଛୋଟ ଏବଂ ବଲ୍ ଭଲ ବାଉନ୍ସ ହେଉଥିବାରୁ ବଡ଼ ସ୍କୋର୍ ହେବାର ସମ୍ଭାବନା ରହିଛି । ଏହି ଭାରତ ଗସ୍ତରେ ଅଧିନାୟକ ହୋପ୍ ଙ୍କ ବ୍ୟାଟ୍ ଚମତ୍କାର ଚାଳିଛି । ଦିନିକିଆରେ ସେ ୨୪୮ ବଲ୍ ରୁ ୨୭୮ ଏବଂ ଟ୍ବେଣ୍ଟି-୨୦ ୧୩୫ ବଲ୍ ରୁ ୨୬୧ ରନ୍ କରି ସାରିଛନ୍ତି ।

Share In Social Media
Scroll to Top