odisha24 Live

Latest News

Latest News

ଏଆଇ ଆଣିଲା ସ୍ମାଟ ଗ୍ଳାସ

ମୁମ୍ବାଇ : ଟେକ୍ନୋଲୋଜି ଦୁନିଆରେ ଆଉ ଏକ ନୂଆ ପାଦ ଆଗକୁ ବଢ଼ାଇଛି ଜିଓ । ଇଣ୍ଡିଆ ମୋବାଇଲ କଂଗ୍ରେସ ୨୦୨୬ରେ କମ୍ପାନୀ ନିଜର ନୂଆ ଏଆଇ ସ୍ମାର୍ଟ ଗ୍ଳାସ ସମେତ ଅନେକ Wearable Device ପ୍ରଦର୍ଶନ କରିଛି । ଏଥିରେ କ୍ୟାମେରା ଗ୍ଳାସ, ଅଡିଓ ଗ୍ଳାସ ଓ ଏୟାରଫୋନେସ ଭଳି ଡିଭାଇସ୍ ସାମିଲ ରହିଛି । ବର୍ତ୍ତମାନ ମୋବାଇଲ୍ ବାହାର ନକରି ହୋଇପାରିବ ୟୁପିଆଇ ପେମେଣ୍ଟ । କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ, ଏହି ଡିଭାଇସଗୁଡ଼ିକରେ Scan and Pay, AI Voice Assistant, ବିଭିନ୍ନ ଭାରତୀୟ ଭାଷାର ସପୋର୍ଟ, Live Translation, AI Note-taking ଏବଂ Live Cricket Commentary ଭଳି ଫିଚର୍ସ ମିଳିପାରିବ ।

ଜିଓର ଏହି AI Smart Glassesର ସବୁଠାରୁ ଖାସ୍ ଫିଚର୍ ହେଉଛି Scan and Pay । ଏହାର କ୍ୟାମେରା ସାହାଯ୍ୟରେ ୟୁଜରମାନେ UPI QR Code ସ୍କାନ୍ କରିପାରିବେ । ଏହାପରେ Voice Command ଦେଇ ପେମେଣ୍ଟ ପ୍ରକ୍ରିୟା ଆରମ୍ଭ କରିପାରିବେ । ଏଥିପାଇଁ ମୋବାଇଲକୁ ପକେଟରୁ ବାହାର କରିବା, ଫୋନ୍ ଅନ‌ଲକ୍ କରିବା କିମ୍ବା ପେମେଣ୍ଟ ଆପ୍ ଖୋଲିବାର ଆବଶ୍ୟକତା ପଡ଼ିବ ନାହିଁ ବୋଲି ଏହାର ଫିଚରକୁ ନେଇ ସୂଚନା ଦିଆଯାଇଛି । ଏହି ସ୍ମାର୍ଟ ଗ୍ଲାସରେ UPI Circle ଆଧାରିତ ପେମେଣ୍ଟ ସୁବିଧା ମଧ୍ୟ ଚର୍ଚ୍ଚାରେ ରହିଛି । ଦିଆଯାଇଥିବା ସୂଚନା ଅନୁଯାୟୀ, ନିର୍ଦ୍ଦିଷ୍ଟ ନିୟମ ଅନୁସାରେ ଗୋଟିଏ ଟ୍ରାଞ୍ଜାକ୍ସନରେ ସର୍ବାଧିକ ୫ ହଜାର ଟଙ୍କା ପର୍ଯ୍ୟନ୍ତ ପେମେଣ୍ଟ କରାଯାଇପାରିବ । ମାସିକ ପେମେଣ୍ଟ ଲିମିଟ୍ ୧୫ ହଜାର ଟଙ୍କା ରହିଛି ବୋଲି ଉଲ୍ଲେଖ କରାଯାଇଛି । ଏହି ଲିମିଟ୍ ଜିଓ ନିଜେ ସ୍ଥିର କରିନାହିଁ, ବରଂ UPI Circleର ନିୟମ ଅନୁଯାୟୀ ନିର୍ଦ୍ଧାରିତ ହୋଇଛି ।

ଜିଓର ଏହି ଏଆଇ ସ୍ମାର୍ଟ ଗ୍ଲାସରେ Live Translation ଫିଚର୍ ମଧ୍ୟ ରହିଛି । ଏହା ସାହାଯ୍ୟରେ ଭିନ୍ନ ଭିନ୍ନ ଭାରତୀୟ ଭାଷା କହୁଥିବା ଦୁଇ ଜଣ ବ୍ୟକ୍ତି ପରସ୍ପରର କଥା ବୁଝିପାରିବେ । ଫଳରେ ଭାଷା ଯୋଗୁଁ ହେଉଥିବା ସମସ୍ୟାକୁ ଅନେକାଂଶରେ ଦୂର କରିବାରେ ଏହା ସହାୟକ ହୋଇପାରେ । କେବଳ ପେମେଣ୍ଟ କିମ୍ବା ଅନୁବାଦ ନୁହେଁ, ଏହି ଡିଭାଇସରେ AI Note-taking ଫିଚର୍ ମଧ୍ୟ ରହିଛି । ମିଟିଂ ସମୟରେ ଗୁରୁତ୍ୱପୂର୍ଣ୍ଣ ପଏଣ୍ଟଗୁଡ଼ିକୁ ନୋଟ୍ ଆକାରରେ ପ୍ରସ୍ତୁତ କରିବାରେ ଏହା ସାହାଯ୍ୟ କରିପାରିବ । ଏହା ସହ କ୍ରିକେଟ୍ ପ୍ରେମୀଙ୍କ ପାଇଁ ରହିଛି Live Cricket Commentary ଫିଚର୍ । ଏହା ଜରିଆରେ ମ୍ୟାଚର ଲାଇଭ୍ ଅପଡେଟ୍ ଓ କମେଣ୍ଟ୍ରି ପାଇବାର ସୁବିଧା ମିଳିପାରେ ।

ମୋଟାମୋଟି ଭାବେ, ଜିଓର ଏହି ଏଆଇ ସ୍ମାର୍ଟ ଗ୍ଲାସ ସ୍ମାର୍ଟ ପେମେଣ୍ଟଠାରୁ ଆରମ୍ଭ କରି ଭାଷା ଅନୁବାଦ, ମିଟିଂ ନୋଟ୍ ଏବଂ କ୍ରିକେଟ୍ ଅପଡେଟ୍ ପର୍ଯ୍ୟନ୍ତ ଅନେକ କାମକୁ ସହଜ କରିବାର ଲକ୍ଷ୍ୟ ରଖିଛି । ତେବେ ଏହାର ଦାମ୍, ବଜାରରେ ଉପଲବ୍ଧତା ଏବଂ ସମସ୍ତ ଫିଚର‌ର ବିସ୍ତୃତ ବିବରଣୀ ସମ୍ପର୍କରେ ଅଧିକ ଆଧିକାରିକ ସୂଚନାକୁ ଅପେକ୍ଷା କରାଯାଇଛି ।

Share In Social Media
Scroll to Top