
ମେଷ : ଆସନ୍ତାକାଲି ଆପଣଙ୍କ ପାଇଁ ସଫଳତାର ଦିନ। କର୍ମକ୍ଷେତ୍ରରେ ନୂଆ ଦାୟିତ୍ୱ ମିଳିପାରେ। ପରିବାରରେ ହସଖୁସିର ପରିବେଶ ରହିବ, କିନ୍ତୁ କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ।
ବୃଷ : ବୁଧଙ୍କ ଚଳନ ହେତୁ ଆର୍ଥିକ ମାମଲାରେ ସାମାନ୍ୟ ସତର୍କ ରହିବାକୁ ପଡ଼ିବ। ଅଯଥା ଖର୍ଚ୍ଚ ବଢ଼ିପାରେ। ନୂଆ ବିନିଯୋଗ କରିବା ପୂର୍ବରୁ ଅଭିଜ୍ଞ ବ୍ୟକ୍ତିଙ୍କ ପରାମର୍ଶ ନିଅନ୍ତୁ।
ମିଥୁନ : ସ୍ୱାସ୍ଥ୍ୟ ପ୍ରତି ଧ୍ୟାନ ଦିଅନ୍ତୁ। ବ୍ୟବସାୟରେ ମଧ୍ୟମ ଫଳ ମିଳିବ। ଦୂର ଯାତ୍ରା କରିବା ସମୟରେ ସାବଧାନ ରୁହନ୍ତୁ ଏବଂ ନିଜ ସାମଗ୍ରୀର ଯତ୍ନ ନିଅନ୍ତୁ।
କର୍କଟ: କାର୍ଯ୍ୟଭାର ଅଧିକ ରହିବା ଯୋଗୁଁ ମାନସିକ ଚାପ ବଢ଼ିପାରେ। ଆର୍ଥିକ କାରବାରରେ ସାବଧାନତା ଅବଲମ୍ବନ କରନ୍ତୁ। ବାଦ-ବିବାଦଠାରୁ ଦୂରେଇ ରହିବା ଭଲ।
ସିଂହ : ଆପଣଙ୍କ ପାଇଁ ଦିନଟି ଶୁଭ ଅଟେ। ଦୀର୍ଘ ଦିନରୁ ଅଟକି ରହିଥିବା କାମ ସମ୍ପୂର୍ଣ୍ଣ ହେବ। ମିତ୍ରମାନଙ୍କ ତରଫରୁ ସାହାଯ୍ୟ ସହଯୋଗ ମିଳିବ ଏବଂ ଧନଲାଭର ଯୋଗ ରହିଛି।
କନ୍ୟା : ଚାକିରିଆମାନଙ୍କ ପାଇଁ ଭଲ ସମୟ। କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ଛାତ୍ରଛାତ୍ରୀମାନେ ପାଠପଢ଼ାରେ ମନୋନିବେଶ କରିବେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବ।
ତୁଳା : ଆପଣଙ୍କ ରାଶିକୁ ବୁଧଙ୍କ ଆଗମନ ହେଉଥିବାରୁ ବ୍ୟକ୍ତିତ୍ୱରେ ସକାରାତ୍ମକ ପରିବର୍ତ୍ତନ ଆସିବ। ପ୍ରେମ ଜୀବନ ଓ ପାରିବାରିକ ସମ୍ପର୍କ ମଧୁର ହେବ। ବ୍ୟବସାୟରେ ଉନ୍ନତିର ନୂଆ ମାର୍ଗ ଖୋଲିବ।
ବିଛା : କର୍ମକ୍ଷେତ୍ରରେ କିଛି ନୂଆ ଚ୍ୟାଲେଞ୍ଜ ଆସିପାରେ। ସହକର୍ମୀଙ୍କ ସହ ମତଭେଦ ଦେଖାଦେବାର ସମ୍ଭାବନା ଅଛି। ନିଜ ବାଣୀ ଉପରେ ସଂଯମତା ରଖନ୍ତୁ।
ଧନୁ : ଆର୍ଥିକ ନିଷ୍ପତ୍ତି ନେବା ସମୟରେ ଅଧିକ ସତର୍କ ରୁହନ୍ତୁ। ଅଜଣା ବ୍ୟକ୍ତିଙ୍କୁ ବିଶ୍ୱାସ କରି ଟଙ୍କା ଧାର ଦିଅନ୍ତୁ ନାହିଁ। ଯାନବାହନ ଚଲାଇବା ସମୟରେ ସାବଧାନ ରୁହନ୍ତୁ।
ମକର : ପରିବାରରେ କୌଣସି ମାଙ୍ଗଳିକ କାର୍ଯ୍ୟର ଯୋଜନା ହୋଇପାରେ। ବ୍ୟବସାୟୀଙ୍କ ପାଇଁ ଲାଭଜନକ ଦିନ। ପୁରାତନ ବନ୍ଧୁଙ୍କ ସହ ଭେଟ ହୋଇ ମନ ପ୍ରସନ୍ନ ରହିବ।
କୁମ୍ଭ : ସାମାନ୍ୟ କଠିନ ପରିଶ୍ରମ କରିବାକୁ ପଡ଼ିବ, କିନ୍ତୁ ପରିଶ୍ରମର ଉଚିତ ଫଳ ନିଶ୍ଚୟ ମିଳିବ। ଆୟର ନୂଆ ଉତ୍ସ ସୃଷ୍ଟି ହୋଇପାରେ। ସ୍ୱାସ୍ଥ୍ୟ ଭଲ ରହିବ।
ମୀନ : କଳା ଏବଂ ସାହିତ୍ୟ କ୍ଷେତ୍ରରେ ଥିବା ବ୍ୟକ୍ତିବିଶେଷଙ୍କ ପାଇଁ ଦିନଟି ବହୁତ ଭଲ। ଧାର୍ମିକ କାର୍ଯ୍ୟରେ ରୁଚି ବଢ଼ିବ। ମାନସିକ ଶାନ୍ତି ମିଳିବ ଏବଂ ପରିବାରର ସହଯୋଗ ପାଇବେ।





