odisha24 Live

Latest News

Latest News

ସୁନା କିଣାରେ ଚୀନ୍‌ର ନୂଆ ରେକର୍ଡ!

ନୂଆଦିଲ୍ଲୀ : ବିଶ୍ୱ ଅର୍ଥନୀତିରେ ଚାଲିଥିବା ଅସ୍ଥିରତା ମଧ୍ୟରେ ଚୀନ୍ର କେନ୍ଦ୍ରୀୟ ବ୍ୟାଙ୍କ ‘ପିପୁଲ୍ସ ବ୍ୟାଙ୍କ ଅଫ୍ ଚାଇନା’ ଏକ ବଡ଼ ପଦକ୍ଷେପ ନେଇଛି। ଚୀନ୍ ପୁଣି ଥରେ ବିପୁଳ ପରିମାଣର ସୁନା କିଣିବା ଆରମ୍ଭ କରିଦେଇଛି। ଗତ ଜୁଲାଇ ମାସରେ ଚୀନ୍ର କେନ୍ଦ୍ରୀୟ ବ୍ୟାଙ୍କ ନିଜର ସଂରକ୍ଷିତ ପାଣ୍ଠି ରେ ପ୍ରାୟ ୨୦ ଟନ୍ ସୁନା ଯୋଡ଼ିଛି। ଅକ୍ଟୋବର ୨୦୨୩ ପରଠାରୁ ଏହା ଚୀନ୍ର ଗୋଟିଏ ମାସ ମଧ୍ୟରେ ସବୁଠାରୁ ବଡ଼ ସୁନା କ୍ରୟ ବୋଲି କୁହାଯାଉଛି । ଏହି ବୃଦ୍ଧି ପରେ ଚୀନ୍ ବ୍ୟାଙ୍କ୍ରେ ଥିବା ସୁନା ଗଚ୍ଛିତ ପରିମାଣ ବହୁ ଗୁଣିତ ହୋଇଯାଇଛି।
ସୁନା କିଣିବା ପଛର କାରଣ କ’ଣ?ଅର୍ଥନୈତିକ ବିଶେଷଜ୍ଞଙ୍କ ମତରେ, ଆମେରିକୀୟ ଡଲାର ଉପରେ ନିର୍ଭରଶୀଳତା କମାଇବା ଏବଂ ନିଜର ଅର୍ଥବ୍ୟବସ୍ଥାକୁ ସୁରକ୍ଷିତ ରଖିବା ପାଇଁ ଚୀନ୍ ଏହି ନୀତି ଆପଣାଉଛି। ବିଶ୍ୱ ବଜାରରେ ଡଲାରର ଅସ୍ଥିରତା ଏବଂ ଭୂ-ରାଜନୈତିକ ଉତ୍ତେଜନା ଯୋଗୁଁ ଅନେକ ଦେଶ ଏବେ ସୁନାକୁ ସବୁଠାରୁ ସୁରକ୍ଷିତ ନିବେଶ ଭାବେ ଗ୍ରହଣ କରୁଛନ୍ତି। ସୁନା ଗଚ୍ଛିତ ପରିମାଣ ବଢ଼ାଇବା ଦ୍ୱାରା ଦେଶର ମୁଦ୍ରା ନିୟନ୍ତ୍ରଣ ଓ ଅର୍ଥନୈତିକ ସ୍ଥିରତା ଦୃଢ଼ ହୋଇଥାଏ।

Share In Social Media
Scroll to Top