odisha24 Live

Latest News

Latest News

ପ୍ରସିଦ୍ଧ ନିର୍ଦ୍ଦେଶକ କୁକୁ କୋହଲିଙ୍କ ନିଧନ

ମୁମ୍ବାଇ : ଲୋକପ୍ରିୟ ଫିଲ୍ମମେକର କୁକୁ କୋହଲିଙ୍କ ପରଲୋକ । କୁକୁ କୋହଲିଙ୍କୁ ଦୁଇଦିନ ତଳେ ହାର୍ଟ ଆଟାକ୍ ଆସିବାରୁ ହସପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଆଜି ତାଙ୍କ ସ୍ବାସ୍ଥ୍ୟବସ୍ଥା ତୁରନ୍ତ ଖରାପ ହୋଇଥିଲା । ଡାକ୍ତର ଚିକିତ୍ସା କିବା ସମୟରେ ତାଙ୍କର ପରଲୋକ ହୋଇଛି । ମୁମ୍ବାଇର ଏକ ଘରୋଇ ହସପିଟାଲରେ ଚିକିତ୍ସିତ ହେଉଥିଲେ କୁକୁ କୋହଲି । କୁକୁ କୋହଲି ୧୯୯୧ ମସିହାରେ ଆସିଥିବା ସୁପରହିଟ୍ ଫିଲ୍ମ ଫୁଲ୍ ଔର୍ କାଣ୍ଟେର ନିର୍ଦ୍ଦେଶନା ଦେଇଥିଲେ । ଏହି ଫିଲ୍ମରେ ଅଜୟ ଦେବଗନ ବଲିଉଡରେ ଡେବ୍ୟୁ କରିଥିଲେ । କୁକୁ କୋହଲିଙ୍କ ବନ୍ଧୁ ତଥା ଫିଲ୍ମ ନିର୍ମାତା ଅଶୋକ ପଣ୍ଡିତ ତାଙ୍କ ମୃତ୍ୟୁ ଖବର ସୂଚନା ଦେଇଛନ୍ତି । କୌଣସି ଅସୁସ୍ଥତା ନ ଥିବାବେଳେ ହଠାତ୍ ହୃଦ୍ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଅଶୋକ ପଣ୍ଡିତ କହିଛନ୍ତି। କୁକୁ କୋହଲି ଇଣ୍ଡିଆନ୍ ଫିଲ୍ମ ଆଣ୍ଡ୍ ଟେଲିଭିଜନ୍ ଡାଇରେକ୍ଟର୍ସ ଆସୋସିଏସନ୍ ର ସାଧାରଣ ସମ୍ପାଦକ ମଧ୍ୟ ଥିଲେ । ଫିଲ୍ମ ଫୁଲ୍ ଔର୍ କାଣ୍ଟେ ବ୍ୟତୀତ କୋହରାମ (୧୯୯୧), ସୁହାଗ (୧୯୯୪), ହକିକତ୍ (୧୯୯୫) ଏବଂ ଅନାଡ଼ି ନମ୍ବର ୱାନ୍ (୧୯୯୯) ଭଳି ଚର୍ଚ୍ଚିତ ଫିଲ୍ମ ହିନ୍ଦୀ ଫିଲ୍ମ ଦେଇଥିଲେ । ସେ ୨୦୦୪ ମସିହାରେ ୱୋ ତେରା ନାମ୍ ଥା ଫିଲ୍ମର ନିର୍ଦ୍ଦେଶନା ଦେଇଥିଲେ । ଏହା ପରେ ସେ ଫିଲ୍ମ ଜଗତରୁ ଦୂରେଇ ଯାଇଥିଲେ । କୁକୁ କୋହଲି ଜନ୍ମ ୪ ଜୁନ ୧୯୪୯ରେ ପେଶାୱରରେ ହୋଇଥିଲା । ଏହା ପରେ ସେ ମୁମ୍ୱାଇ ଆସି ଫିଲ୍ମ ଦୁନିଆରେ ପାଦ ଥାପିଥିଲେ । ସିନେମା ଜଗତରେ ସେ ମହାନ ଫିଲ୍ମ ନିର୍ମାତା ରାଜ କପୁରଙ୍କ ସହ ଆସିଷ୍ଟାଣ୍ଟ ଭାବେ କାମ ଆରମ୍ଭ କରି ଥିଲେ । ସେ ବବି, ସତ୍ୟମ୍ ଶିବମ୍ ସୁନ୍ଦରମ୍ ଏବଂ ପ୍ରେମ ରୋଗ ଭଳି କ୍ଲାସିକ୍ ଫିଲ୍ମ ଗୁଡ଼ିକରେ ରାଜ କପୁରଙ୍କ ସହ କାମ କରିଥିଲେ । କୁକୁ କୋହଲିଙ୍କ ଦ୍ବିତୀୟ ପତ୍ନୀ ଥିଲେ ଅରୁଣା ଇରାନୀ । ୧୯୯୦ ମସିହାରେ ଅଭିନେତ୍ରୀ ଅରୁଣା ଇରାନୀଙ୍କୁ ବିବାହ କରିଥିଲେ। ପ୍ରଥମ ପତ୍ନୀ ରୀତା କୋହଲିଙ୍କଠାରୁ ତାଙ୍କର ପୂଜା ଓ କରିସ୍ମା ନାମରେ ଦୁଇ ସନ୍ତାନ ଅଛନ୍ତି ।

Share In Social Media
Scroll to Top