odisha24 Live

Latest News

Latest News

ପରଲୋକରେ ବିଶିଷ୍ଟ କଣ୍ଠଶିଳ୍ପୀ

ଭୁବନେଶ୍ୱର : ଓଡ଼ିଆ ସଙ୍ଗୀତ ଜଗତ ପାଇଁ ଆସିଲା ଦୁଃଖଦ ଖବର । ସଂଗୀତ ଜଗତର ପ୍ରଖ୍ୟାତ କଣ୍ଠଶିଳ୍ପୀ ପ୍ରଣବ ପଟ୍ଟନାୟକଙ୍କର ଆଜି ପରଲୋକ ହୋଇଯାଇଛି। ବୟସାଧିକ ବ୍ୟାଧି ଯୋଗୁଁ ତାଙ୍କର ପରଲୋକ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୮ ବର୍ଷ ବୟସ ହୋଇଥିଲା। ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ଘଟିଛି। ଭୁବନେଶ୍ୱର ଲୁଇସରୋଡସ୍ଥିତ ତାଙ୍କ ବାସଭବନକୁ ତାଙ୍କର ମରଶରୀର ଅଣାଯିବ । ସେ ୨ଶହରୁ ଅଧିକ ସଂଗୀତରେ କଣ୍ଠଦାନ କରିଛନ୍ତି । ୧୯୩୮ ଜାନୁଆରୀ ୨୦ରେ ପ୍ରଣବ ଜନ୍ମଗ୍ରହଣ କରିଥିଲେ। ୧୯୫୮ ‘ମା’ ଚଳଚ୍ଚିତ୍ରରେ ସେ ପ୍ରଥମେ କଣ୍ଠଦାନ କରି ନିଜର କ୍ୟାରିୟର ଆରମ୍ଭ କରିଥିଲେ। ଓଡ଼ିଶୀ, ଭଜନ, ପାରମ୍ପରିକ ଲୋକଗୀତ ଗାଇବାରେ ପ୍ରଣବଙ୍କର ଭିନ୍ନ ଏକ ପରିଚୟ ଥିଲା। ନିଜ କଣ୍ଠସ୍ବରରେ ସେ ଶ୍ରୋତାଙ୍କୁ ବାନ୍ଧି ରଖିପାରୁଥିଲେ। ୨୦୧୬ରେ ସେ ‘ଜୟଦେବ ସମ୍ମାନ’ରେ ସମ୍ମାନିତ ହୋଇଥିଲେ। ପ୍ରଣବ ପଟ୍ଟନାୟକଙ୍କ ବିୟୋଗରେ ଓଡ଼ିଆ ସଙ୍ଗୀତ ଜଗତରେ ଏକ ଅପୂରଣୀୟ ଶୂନ୍ୟତା ସୃଷ୍ଟି ହୋଇଛି।ତାଙ୍କ ବିୟୋଗରେ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି।

Share In Social Media
Scroll to Top