odisha24 Live

Latest News

Latest News

ଚର୍ଚ୍ଚାରେ ଲାଗିଲା ରୋକ

ମୁମ୍ବାଇ : ଦୀର୍ଘଦିନ ଧରି ବଲିଉଡ୍ ଅଭିନେତା ଗୋବିନ୍ଦା ଓ ତାଙ୍କ ପତ୍ନୀ ସୁନିତା ଆହୁଜାଙ୍କ ବୈବାହିକ ଜୀବନକୁ ନେଇ ଚର୍ଚ୍ଚା ରେ ରୋକ ଲାଗୁଛି । କିଛି ଦିନ ହେଲା ଛାଡପତ୍ର ହୋଇପାରେ ବୋଲି ଖବର ସାମ୍ନାକୁ ଆସିଥିଲା। ତେବେ ଏବେ ଏହି ଘଟଣାରେ ନୂଆ ମୋଡ଼ ଆସିଛି। ଅଗଷ୍ଟ ୧୯ ତାରିଖ ସକାଳେ ସୁନିତା ଆହୁଜାଙ୍କୁ ମୁମ୍ବାଇର ଫ୍ୟାମିଲି କୋର୍ଟ ବାହାରେ ଦେଖିବା ପରେ ଛାଡପତ୍ର ଚର୍ଚ୍ଚା ଆହୁରି ଜୋର ଧରିଥିଲା। କିନ୍ତୁ ଗୋବିନ୍ଦାଙ୍କ ମ୍ୟାନେଜର ଶଶି ସିହ୍ନାଙ୍କ ସୂଚନା ଅନୁସାରେ, ସୁନିତା ଆହୁଜା ଗୋବିନ୍ଦାଙ୍କ ବିରୋଧରେ ଦାଖଲ କରିଥିବା ଛାଡପତ୍ର ଯାଚିକାକୁ ଫେରାଇ ନେଇଛନ୍ତି । ମ୍ୟାନେଜର ଶଶି ସିହ୍ନା କହିଛନ୍ତି ଯେ, ଦୁହେଁଙ୍କ ମଧ୍ୟରେ ଏବେ ଅଲଗା ହେବାର ପ୍ରଶ୍ନ ନାହିଁ । ପରିବାର ଏହି କଠିନ ସମୟକୁ ପଛରେ ପକାଇ ଆଗକୁ ବଢ଼ିଛି । ପାରିବାରିକ ବିଷୟ ସାର୍ବଜନୀନ ହେବା ଉଚିତ୍ ନଥିଲା ବୋଲି ମଧ୍ୟ ସେ କହିଛନ୍ତି। ୨୦୨୫ରେ ମଧ୍ୟ ଗୋବିନ୍ଦାଙ୍କ ଓକିଲ କହିଥିଲେ ଯେ ଦମ୍ପତି ନିଜ ମତଭେଦ ସମାଧାନ କରିନେଇଛନ୍ତି । ଏବେ ସୁନିତା ଆହୁଜା ଛାଡପତ୍ର ଯାଚିକା ପ୍ରତ୍ୟାହାର କରିଥିବାରୁ ଦୁହେଁଙ୍କ ସମ୍ପର୍କରେ ସୁଧାର ଆସିଥିବା ସ୍ପଷ୍ଟ ହୋଇଛି । ସୁନିତା ଆହୁଜା ତାଙ୍କ ପୁଅ ୟଶବର୍ଦ୍ଧନ ଆହୁଜାଙ୍କ ସହ ଫ୍ୟାମିଲି କୋର୍ଟରେ ପହଞ୍ଚିଥିଲେ । କୋର୍ଟରୁ ବାହାରିବା ସମୟରେ ସେ ସିଧା ନିଜ ଗାଡ଼ି ଆଡ଼କୁ ଯାଇଥିଲେ। ୟଶବର୍ଦ୍ଧନ ପାପାରାଜିଙ୍କୁ ଫଟୋ ଓ ଭିଡିଓ ନନେବାକୁ ଅନୁରୋଧ କରିଥିଲେ । କିନ୍ତୁ ପାପାରାଜି ଫଟୋ ନେବା ଜାରି ରଖିବାରୁ ସୁନୀତା ବ୍ୟଙ୍ଗାତ୍ମକ ଭାବେ କହିଥିଲେ, “ମୁଁ କୋର୍ଟକୁ କେକ୍ କାଟିବାକୁ ଆସିଥିଲି।

Share In Social Media
Scroll to Top