odisha24 Live

Latest News

Latest News

ଫିଟିକିରିକୁ ନେଇ କଣ କୁହେ ବାସ୍ତୁ ଶାସ୍ତ୍ର

ବାସ୍ତୁ ଶାସ୍ତ୍ର ଅନୁଯାୟୀ ଫିଟିକିରି ଏକ ଅତି ଶକ୍ତିଶାଳୀ ଉପାଦାନ। ଏହା ଘରୁ ନକାରାତ୍ମକ ଶକ୍ତି ଦୂର କରି ସକାରାତ୍ମକତା ଆଣିଥାଏ। ବିଶେଷକରି ଆର୍ଥିକ ସମସ୍ୟା । ଏହା ସହିତ ଘରେ ଥିବା ନକରାତ୍ମକ ସମସ୍ୟା ଦୂର ହୋଇଯାଏ ବୋଲି ମଧ୍ୟ କୁହାଯାଏ । କୁହାଯାଏ, ଘରେ ଖଣ୍ଡେ ଫିଟିକିରି ରଖିବା ଦ୍ୱାରା ଘରକୁ ସୁଖ ସମୃଦ୍ଧି ଫେରିଥାଏ । କେବଳ ସେତିକି ନୁହେଁ ଫିଟିକିରି ମିଶା ପାଣିରେ ଗାଧୋଇବା ଦ୍ୱାରା ଆର୍ଥିକ ସମସ୍ୟାରୁ ମୁକ୍ତି ମିଳେ । ଘରୁ ନକରାତ୍ମକ ଶକ୍ତି ଦୂର କରିବା ପାଇଁ ବାଥରୁମରେ ଏକ ପାତ୍ରରେ ଖଣ୍ଡେ ଫିଟିକିରି ରଖନ୍ତୁ । ଧ୍ୟାନ ରଖିବେଯେ ଯେପରି ଏହା ଉପରେ ଅନ୍ୟ କାହାର ନଜର ନ ପଡ଼େ । ଏହାଦ୍ୱାରା ନକରାତ୍ମକ ଶକ୍ତି ଦୂର ହୋଇଯିବ । ଏହାକୁ ବାଦ୍‌ ଦେଲେ ଯଦି ଘରେ ବାସ୍ତୁ ଦୋଷ ଥାଏ ତେବେ ଘରର ପ୍ରତ୍ୟେକ ବଖରାରେ ଫିଟିକିରି ରଖନ୍ତୁ । ଏହାଦ୍ୱାରା ବାସ୍ତୁଦୋଷ ଦୂର ହୋଇଯିବ । ପ୍ରାୟ ୫୦ ଗ୍ରାମ ଫିଟିକିରିର ଟୁକୁଡ଼ାକୁ ଘର କିମ୍ବା ଅଫିସର କୌଣସି କୋଣରେ ଲୁଚାଇ ରଖନ୍ତୁ । ଯେପରି ସେଠାରେ କାହାର ନଜର ନ ପଡ଼େ । ଏହା ଦ୍ୱାରା ବାସ୍ତୁ ଦୋଷ ଦୂର ହୋଇପାରିବ । କିଛି ଦିନ ପରେ ଏହି ଟୁକୁଡ଼ାକୁ ବଦଳାଇ ଦିଅନ୍ତୁ । ଭୟାନକ ସ୍ୱପ୍ନ ଏବଂ ଅଜଣା ଭୟରୁ ବଂଚିବା ପାଇଁ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ତକିଆ ନିକଟରେ ରଖନ୍ତୁ ।
ଦୋକାନରେ ଗ୍ରାହକଙ୍କ ସଂଖ୍ୟା ବଢାଇବା ପାଇଁ ଏକ କଳା କପଡ଼ାରେ ଫିଟିକିରି ବାନ୍ଧି ମେନ ଗେଟ ଉପରେ ଲଗାନ୍ତୁ । ବାଥରୁମରେ ଏକ ଛୋଟ ଫିଟିକିରି ଖଣ୍ଡ ରଖନ୍ତୁ । ଏପରି କରିବା ଦ୍ୱାରା ଘରେ ନକରାତ୍ମକ ଶକ୍ତିର ପ୍ରଭାବ ପଡ଼ିନଥାଏ । ମାସକୁ ଥରେ ଏହାକୁ ବଦଳାନ୍ତୁ ।
ରାତିରେ ପଲଙ୍ଗ ତଳେ ଏକ ଗ୍ଲାସ ଜଳରେ ଫିଟିକିରିର କିଛି ଟୁକୁଡ଼ା ପକାନ୍ତୁ । ସକାଳେ ଏହାକୁ ଓସ୍ତ ଗଛ ମୂଳରେ ଢାଳିଦିଅନ୍ତୁ । ଏଭଳି କରିବା ଦ୍ୱାରା ଘରେ ଲାଗି ରହୁଥିବା କଳହ ଦୂର ହେବ ।

Share In Social Media
Scroll to Top