odisha24 Live

Latest News

Latest News

ଖୁବଶ୍ରୀଘ୍ର ଆସୁଛି ‘ମହାପ୍ରଭୁ ଜଗନ୍ନାଥ’

ମୁମ୍ବାଇ : ବହୁପ୍ରତିକ୍ଷାର ହେଲା ଅନ୍ତ। ଶେଷରେ ପ୍ରେକ୍ଷାଳୟରେ ମୁକ୍ତିଲାଭ କରିବ ଓଡ଼ିଶାର ପ୍ରଥମ ଆନିମେଟେଡ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’। ଜୁଲାଇ ୧୭ ତାରିଖରେ ସିନେମା ହଲ୍‌ରେ ରିଲିଜ ହେବାର ଥିଲା। କିନ୍ତୁ ଆଇନଗତ ବିବାଦରେ ଫସିବା ପରେ ଏହାର ରିଲିଜ ତାରିଖ ଘୁଞ୍ଚାଇ ଦିଆଯାଇଥିଲା। ଏବେ ସୁପ୍ରିମକୋର୍ଟରୁ ଗ୍ରୀନ ସିଗ୍‌ନାଲ ମିଳିବା ପରେ ବହୁ ପ୍ରତୀକ୍ଷିତ ଆନିମେଟେଡ ଫିଚର ଫିଲ୍ମ ‘ମହାପ୍ରଭୁ ଜଗନ୍ନାଥ’ର ଦେଶବ୍ୟାପୀ ରିଲିଜର ବାଟ ସମ୍ପୂର୍ଣ୍ଣ ଭାବେ ସଫା ହୋଇଛି। ତେବେ ଏହି ଫିଲ୍ମ କେବେ ସିନେମା ହଲ୍‌ରେ ମୁକ୍ତିଲାଭ କରିବ, ଆସନ୍ତୁ ଜାଣିବା…
ସୂଚନାଯୋଗ୍ୟ, ଓଡ଼ିଶାର ପ୍ରଥମ ଆନିମେଟେଡ ଫିଚର ଫିଲ୍ମ ବୋଲି କୁହାଯାଉଥିବା ‘ମହାପ୍ରଭୁ ଜଗନ୍ନାଥ’ ଏବେ ୨୮ ଅଗଷ୍ଟ ୨୦୨୬ରେ ସିନେପଲିସ ଜରିଆରେ ପ୍ୟାନ ଇଣ୍ଡିଆ ରିଲିଜ ହେବ। ଯୁବପିଢ଼ିଙ୍କ ମଧ୍ୟରେ ଭକ୍ତି ଓ ସାଂସ୍କୃତିକ ମୂଲ୍ୟବୋଧ ଜାଗ୍ରତ କରିବା ଉଦ୍ଦେଶ୍ୟରେ ଏହାକୁ ଏକ କାଳ୍ପନିକ କାହାଣୀ ଭାବେ ନିର୍ମାଣ କରାଯାଇଛି।

Share In Social Media
Scroll to Top