
ମୁମ୍ବାଇ : ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଋଣଗ୍ରହୀତାଙ୍କୁ ସୁରକ୍ଷା ଦେବା ଏବଂ ସ୍ୱଚ୍ଛତା ଆଣିବା ପାଇଁ ଋଣ ନିୟମରେ ନୂତନ ମାର୍ଗଦର୍ଶିକା ପ୍ରକାଶ କରିଛି।ଋଣର ସୁଧହାର କିପରି ବଦଳିବ ଏବଂ ବେଞ୍ଚମାର୍କ ପରିବର୍ତ୍ତନ ହେଲେ ଇମାଇ କିମ୍ବା ଋଣ ପରିଶୋଧ ସମୟ ଉପରେ କିପରି ପ୍ରଭାବ ପଡ଼ିବ, ସେନେଇ ଆରବିଆଇ ଏକ ନୂଆ ନିୟମର ଡ୍ରାଫ୍ଟ ପ୍ରସ୍ତାବ ଦେଇଛି। ୨୦୨୬” ଅନୁସାରେ, ନୂଆ ବ୍ୟବସ୍ଥା ଲାଗୁ ହେଲେ ଋଣ ଚୁକ୍ତିରେ ବେଞ୍ଚମାର୍କ, ସୁଧହାର କେତେ ସମୟରେ ବଦଳିବ ଏବଂ ରିସେଟ୍ ତାରିଖ ସ୍ପଷ୍ଟ ଭାବେ ଲେଖିବାକୁ ପଡ଼ିବ। ଅଧିକାଂଶ ଫ୍ଲୋଟିଂ ରେଟ୍ ଲୋନ୍ରେ ବେଞ୍ଚମାର୍କ ସର୍ବାଧିକ ୩ ମାସରେ ଥରେ ରିସେଟ୍ ହୋଇପାରିବ।ପୁରୁଣା ଋଣକୁ ନୂଆ ବ୍ୟବସ୍ଥାକୁ ଆଣିବା ପାଇଁ ୨୦୨୯ ଏପ୍ରିଲ ୧ ସୁଦ୍ଧା ଗୋଟିଏ ଥର ପ୍ରକ୍ରିୟା ହେବ ଏବଂ ଏଥିପାଇଁ ଋଣଗ୍ରହୀତାଙ୍କ ସମ୍ମତି ଆବଶ୍ୟକ ହୋଇପାରେ। ଏହି ସମୟରେ ନୂଆ ସୁଧହାର ପୂର୍ବ ହାରଠାରୁ ଅଧିକ ରଖାଯାଇପାରିବ ନାହିଁ ବୋଲି ପ୍ରସ୍ତାବ ରହିଛି। ଋଣଗ୍ରହୀତାଙ୍କ କ୍ରେଡିଟ୍ ପ୍ରୋଫାଇଲ ବଦଳିଲେ ହିଁ କ୍ରେଡିଟ୍ ରିସ୍କ ପ୍ରିମିୟମ୍ରେ ପରିବର୍ତ୍ତନ କରାଯାଇପାରିବ। ଅନ୍ୟାନ୍ୟ ସ୍ପ୍ରେଡ୍ ଉପାଦାନ ସାଧାରଣତଃ ୩ ବର୍ଷ ପୂର୍ବରୁ ବଦଳାଯାଇପାରିବ ନାହିଁ।





