odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ତମ୍ବା ବୋତଲରେ ପାଣି ପିଉଛନ୍ତି କି?

ସାଧାରଣତଃ ଜାଣିଥିବେ ତମ୍ବାପାତ୍ରରେ ପାଣି ପିଇବା ସ୍ବାସ୍ଥ୍ୟ ପ୍ରତି କେତେ ଲାଭଦୟକ। ଆମ ଗୁରୁଜନ ମାନେ ମଧ୍ୟ ଏହି ପରାମର୍ଶ ଦେଇଥାନ୍ତି ଯେ ତମ୍ବା ପାତ୍ରରେ ପାଣି ପିଇଲେ ଆମ ସ୍ବାସ୍ଥ୍ୟ ଭଲ ରହିଥାଏ। ତମ୍ବା ପାତ୍ରରେ ପାଣି ପିଇଲେ ଆମ ଶରୀରର ପାଚନ ପ୍ରକ୍ରିୟାରେ ଉନ୍ନତ ହେବା ସହିତ ମେଟାବୋଲିଜିମ ମଧ୍ୟ ବୃଦ୍ଧି ହୋଇଥାଏ।
କାହିଁକି ଚର୍ଚ୍ଚାରେ ତମ୍ବା ବୋତଲ ପାଣି:- ତମ୍ବା ବୋତଲରେ ପାଣିକୁ କିଛି ଘଣ୍ଟା ରଖିବା ଦ୍ୱାରା ତମ୍ବାର ଅଳ୍ପ ପରିମାଣ ପାଣିରେ ମିଶିଥାଏ। ଏହି ପ୍ରକ୍ରିୟାକୁ ‘ଲିଚିଂ’ କୁହାଯାଏ। ଆୟୁର୍ବେଦରେ ତମ୍ବା ପାତ୍ରରେ ପାଣି ରଖି ପିଇବାର ପରମ୍ପରା ବହୁ ପୁରୁଣା। ଶରୀରରେ ଶକ୍ତି ଉତ୍ପାଦନ, ସଂଯୋଜକ ଟିସୁ ଗଠନ ଏବଂ ମସ୍ତିଷ୍କରେ କେମିକାଲ୍ ସିଗ୍ନାଲିଂ ଭଳି ପ୍ରକ୍ରିୟାରେ ତମ୍ବାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି।
ତମ୍ବା ବୋତଲରେ ପାଣି ରଖିଲେ କ’ଣ ହୁଏ:- ପାଣିକୁ ତମ୍ବା ବୋତଲରେ କିଛି ଘଣ୍ଟା ରଖିବା ଦ୍ୱାରା ଏହାର ଆଣ୍ଟି-ବ୍ୟାକ୍ଟେରିଆଲ୍ ଗୁଣ ସକ୍ରିୟ ହୋଇଥାଏ, ଯାହା ପାଣିରେ ଥିବା କ୍ଷତିକାରକ ବ୍ୟାକ୍ଟେରିଆଗୁଡ଼ିକୁ ନଷ୍ଟ କରିବାରେ ସାହାଯ୍ୟ କରେ। ଗବେଷଣା ଅନୁଯାୟୀ, ତମ୍ବା ପାତ୍ରରେ ପାଣିକୁ ୮ ରୁ ୪୮ ଘଣ୍ଟା ପର୍ଯ୍ୟନ୍ତ ରଖିଲେ ବ୍ୟାକ୍ଟେରିଆ ଜନିତ ପ୍ରଦୂଷଣ ଯଥେଷ୍ଟ କମିଯାଏ। ମାତ୍ର ବୋତଲରେ ପାଣି ଭରିବା କ୍ଷଣି ପିଇଲେ ଏହି ଲାଭ ମିଳିନଥାଏ।
ପ୍ରତିଦିନ ତମ୍ବା ବୋତଲରୁ ପାଣି ପିଇବା ସଠିକ୍‌ କି:- ପ୍ରତିଦିନ ତମ୍ବା ବୋତଲରେ ରଖାଯାଇଥିବା ପାଣି ପିଇବା ଶରୀର ପାଇଁ ଭଲ, କିନ୍ତୁ ଏହାର ପରିମାଣ ଉପରେ ଧ୍ୟାନ ଦେବା ଆବଶ୍ୟକ। ଆବଶ୍ୟକତାଠାରୁ ଅଧିକ ତମ୍ବା ଶରୀର ମଧ୍ୟକୁ ଗଲେ ତାହା କ୍ଷତି ପହଞ୍ଚାଇପାରେ।
ବିଶେଷଜ୍ଞଙ୍କ ଅନୁଯାୟୀ, ଜଣେ ବୟସ୍କ ବ୍ୟକ୍ତିଙ୍କ ପାଇଁ ଦୈନିକ ପ୍ରାୟ ୯୦୦ ମାଇକ୍ରୋଗ୍ରାମ୍ ତମ୍ବା ଆବଶ୍ୟକ ହୋଇଥାଏ। ତେଣୁ ତମ୍ବା ପାଣିର ସେବନ ନିୟନ୍ତ୍ରିତ ପରିମାଣରେ ହେବା ଉଚିତ୍:
ବୟସ୍କ ବ୍ୟକ୍ତି:- ଦିନକୁ ୨ ରୁ ୩ ଗ୍ଲାସ୍ (ପ୍ରାୟ ୫୦୦-୭୫୦ ମିଲିଲିଟର) ତମ୍ବା ବୋତଲ ପାଣି ପିଇପାରିବେ।
ଶିଶୁ:- ଦିନକୁ ୧ ରୁ ୨ ଗ୍ଲାସ୍ (ପ୍ରାୟ ୨୫୦-୫୦୦ ମିଲିଲିଟର) ପାଣି ପିଇବା ଉଚିତ୍।
ଯଦି ଆପଣ ପ୍ରଥମ ଥର ପାଇଁ ତମ୍ବା ବୋତଲ ପାଣି ପିଇବା ଆରମ୍ଭ କରୁଛନ୍ତି, ତେବେ ଦିନକୁ ମାତ୍ର ୧ ଗ୍ଲାସରୁ ଆରମ୍ଭ କରିବା ସ୍ୱାସ୍ଥ୍ୟକର।

Share In Social Media

Leave a Comment

Your email address will not be published. Required fields are marked *

Scroll to Top