odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଅବସର ନେବାକୁ ଚାହାନ୍ତି ମିଲର

ନୂଆଦିଲ୍ଲୀ : ଦକ୍ଷିଣ ଆଫ୍ରିକାର ଅଭିଜ୍ଞ ମିଡିଲ୍ ଅର୍ଡର ବ୍ୟାଟର ଡେଭିଡ୍ ମିଲର ୨୦୨୭ ଦିନିକିଆ ବିଶ୍ୱକପ୍‌ ଉପରେ ନିଜର ନଜର ରଖିଛନ୍ତି । ନିଜ ଘରୋଇ ଦର୍ଶକଙ୍କ ସାମ୍ନାରେ ବିଶ୍ୱକପ୍ ଟ୍ରଫି ଜିତି ଦୀର୍ଘ ଆନ୍ତର୍ଜାତୀୟ କ୍ୟାରିୟରର ସମାପ୍ତି କରିବାକୁ ସେ ଚାହୁଁଛନ୍ତି । ୨୦୨୭ ଆଇସିସି ଦିନିକିଆ ବିଶ୍ୱକପ୍ ଅକ୍ଟୋବର ୪ ରୁ ନଭେମ୍ବର ୨୧ ପର୍ୟ୍ୟନ୍ତ ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଓ ନାମ୍ବିଆରେ ଯୁଗ୍ମ ଭାବେ ଆୟୋଜିତ ହେବ । ପ୍ରକାଶଥାଉ କି, ଦକ୍ଷିଣ ଆଫ୍ରିକା ଏପର୍ୟ୍ୟନ୍ତ ଗୋଟିଏ ହେଲେ ବି ଦିନିକିଆ ବିଶ୍ୱକପ୍ ଟ୍ରଫି ଜିତିପାରି ନାହିଁ । ୨୦୨୩ ବିଶ୍ୱକପ୍‌ରେ ଟିମ୍ ସେମିଫାଇନାଲ୍‌ରେ ଅଷ୍ଟ୍ରେଲିଆଠାରୁ ହାରି ବିଦାୟ ନେଇଥିଲା । ମିଲର କହିଛନ୍ତି ଯେ, ବିଶ୍ୱକପ୍ ସ୍କ୍ୱାଡ୍‌ରେ ସ୍ଥାନ ପାଇବା ତାଙ୍କର ମୁଖ୍ୟ ଲକ୍ଷ୍ୟ । ମୁଁ ଏହାକୁ ବହୁତ ଉତ୍ସାହର ସହ ଅପେକ୍ଷା କରିଛି । କ୍ୟାରିୟରର ଶେଷ ପର୍ୟ୍ୟାୟରେ ଏକ ଟ୍ରଫି ଜିତି ଅବସର ନେବାକୁ ମୁଁ ପସନ୍ଦ କରିବି । ଦଳରେ ସ୍ଥାନ ମିଳିବା ନେଇ କୌଣସି ଗ୍ୟାରେଣ୍ଟି ନାହିଁ, କିନ୍ତୁ ମୁଁ ଏବେଠାରୁ ନିଜର ଶ୍ରେଷ୍ଠ ପ୍ରଦର୍ଶନ ଦେବା ଉପରେ ଧ୍ୟାନ ଦେଉଛି । ମିଡିଲ୍ ଅର୍ଡରରେ ବ୍ୟାଟିଂ କରି ଦଳକୁ ଜିତାଇବାର କଳା ତାଙ୍କର ସବୁଠାରୁ ବଡ଼ ସଫଳତା ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top