odisha24 Live

ଆମେରିକାରେ ସଡ଼କ ଦୁର୍ଘଟଣାରେ ‘ଗୋଡଜିଲା ଭର୍ସେସ କଙ୍ଗ’ର ୧୮ ବର୍ଷୀୟା ଅଭିନେତ୍ରୀ କେଲି ହଟଲଙ୍କ ମୃତ୍ୟୁ…

ସୌର ଆଲୋକରେ ଝଲମଲ ପାହାଡ଼ପୁର, ସମଗ୍ର ଦେଶ ପାଇଁ ହେଲା ପ୍ରେରଣା।

ବାହୁଡା ଯାତ୍ରାକୁ ନଜରରେ ରଖି ପୁରୀରେ ସ୍ୱତନ୍ତ୍ର ଟ୍ରାଫିକ ବ୍ୟବସ୍ଥା କରାଯାଇଛି।

ସରକାରଙ୍କ ସମ୍ମୁଖରେ ରାହୁଲଙ୍କ ୩ ସର୍ତ୍ତ, ଧର୍ମେନ୍ଦ୍ରଙ୍କ ବରଖାସ୍ତ ସହ କ୍ଷମା ଦାବି।

ଖୁବଶିଘ୍ର ଆରମ୍ଭ ହେବ ଏଫ୍‌ଆଇଏଚ୍‌ ହକି ବିଶ୍ୱକପ୍‌

ନୂଆଦିଲ୍ଲୀ : ଅଗଷ୍ଟ ୧୫ରୁ ୩୦ ପର୍ଯ୍ୟନ୍ତ ନେଦରଲାଣ୍ଡ୍‌‌ସ ଓ ବେଲ୍‌ଜିୟମରେ ୨୦୨୬ ଏଫ୍‌‌ଆଇଏଚ୍‌‌ ହକି ବିଶ୍ବକପ୍‌‌ ଖେଳାଯିବ। ଏକାସାଙ୍ଗରେ ପୁରୁଷ ଓ ମହିଳା ହକି ବିଶ୍ବକପ୍‌ ଖେଳାଯାଉଛି। ଏହି ବିଶ୍ବକପ୍‌ ନୂଆ ଫର୍ମାଟେ ଖେଳାଯିବ। ସମସ୍ତ ଦଳ ପ୍ରଥମ ରାଉଣ୍ଡ ବା ଲିଗ୍‌ ପର୍ଯ୍ୟାୟର ପଏଣ୍ଟ ୨ୟ ରାଉଣ୍ଡକୁ ନେବେ। ଉଭୟ ବିଭାଗରେ ୧୬ଟି ଲେଖାଏଁ ଦଳ ଖେଳିବେ। ସେମାନଙ୍କୁ ୪ଟି ପୁଲ୍‌‌ରେ ରଖାଯାଇଛି। ପୁଲ୍‌‌ ବା ଲିଗ୍‌ ପର୍ଯ୍ୟାୟରେ ରାଉଣ୍ଡ ରବିନ ଲିଗ୍‌‌ ଭିତ୍ତିରେ ମୁକାବିଲା ହେବ। ୪ଟି ପୁଲ୍‌ର ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ୨ୟ ରାଉଣ୍ଡକୁ ଯିବେ। ଏହି ୮ଟି ଦଳ ପ୍ରଥମ ରାଉଣ୍ଡରେ ପାଇଥିବା ପଏଣ୍ଟ ୨ୟ ରାଉଣ୍ଡରେ ଗଣନା କରାଯିବ। ଫଳରେ ସମସ୍ତ ମ୍ୟାଚ୍‌ ପ୍ରତି ଦଳ ପାଇଁ ଗୁରୁତ୍ବପୂର୍ଣ୍ଣ ହୋଇଯିବ। ପୁଲ୍‌ ‘ଏ’ ଓ ‘ଡି’ର ପ୍ରଥମ ୨ଟି ଦଳ ପୁଲ୍‌ ‘ଇ’ ଏବଂ ପୁଲ୍‌ ‘ବି’ ଓ ‘ସି’ର ପ୍ରଥମ ୨ଟି ଦଳ ପୁଲ୍‌ ‘ଏଫ୍‌’ରେ ରହିବେ। ଏହି ପର୍ଯ୍ୟାୟରେ ସମସ୍ତ ଦଳ ୨ଟି ଲେଖାଏଁ ମ୍ୟାଚ୍‌ ଖେଳିବେ। ପ୍ରଥମ ରାଉଣ୍ଡରେ ଖେଳିଥିବା ଦଳ ବିପକ୍ଷରେ କୌଣସି ଦଳ ମ୍ୟାଚ୍‌ ଖେଳିବେ ନାହିଁ। ୨ୟ ରାଉଣ୍ଡର ପଏଣ୍ଟ ଓ ଲିଗ୍‌ ପର୍ଯ୍ୟାୟର ପଏଣ୍ଟକୁ ମିଶାଇବା ପରେ ପୁଲ୍‌ ‘ଇ’ ଓ ପୁଲ୍‌ ‘ଏଫ୍‌’ରେ ପ୍ରଥମ ୨ଟି ସ୍ଥାନରେ ଥିବା ଦଳ ସେମିଫାଇନାଲ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ। ୩ୟ ସ୍ଥାନରେ ଥିବା ଦୁଇ ଦଳ ୫ମ ଓ ୬ଷ୍ଟ ସ୍ଥାନ ପାଇଁ ଏବଂ ୪ର୍ଥ ସ୍ଥାନରେ ଥିବା ଦୁଇ ଦଳର ୭ମ ଓ ୮ମ ସ୍ଥାନ ପାଇଁ ମ୍ୟାଚ୍‌ ଖେଳିବେ।

Share In Social Media

Leave a Comment

Your email address will not be published. Required fields are marked *

Scroll to Top